Latest Odisha News

BREAKING NEWS

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା ।

ପରେ ନୂଆଗାଁଠାରେ ସମ୍ମିଳନୀର ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମତି ସଭା ଅନୁଷ୍ଠିତ ହୋଇ କବିଙ୍କ ଅନନ୍ୟ ସାହିତ୍ୟକୃତିଗୁଡ଼ିକ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା ।
ମାତୃଭୂମି ଓ ମାତୃଭାଷାକୁ ପ୍ରାଧାନ୍ୟ ଦେଇ ତତ୍‌କାଳୀନ ସମାଜରେ ସାହିତ୍ୟ ସୃଷ୍ଟି କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ସରଳ ଓ ସାବଲୀଳ ଭାବରେ ସେ ଯେଉଁ ଫକ୍ତିମାନ ଲେଖି ଯାଇଛନ୍ତି ତାହା ଏବେ ମଧ୍ୟ ମାତୃଭାଷାକୁ ସୁରକ୍ଷା ଦେବାର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ବୋଲି ଉଲ୍ଲେଖ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କାଶୀନାଥ ରଥ, ବାନାମ୍ବର ପରିଡ଼ା, ଗିରିଜାଶଙ୍କର ମହାପାତ୍ର, ଗାୟକ ସୁରେନ୍ଦ୍ର ନାଥ ଛୋଟରାୟ, ପ୍ରାକ୍ତନ ଅଧ୍ୟକ୍ଷ ପୀତବାସ ତିପାଠୀ, ଭରତ କୁମାର ଜେନା, ତ୍ରିନାଥ ସାମନ୍ତରାୟ, ଯୁଗଳ କିଶୋର ନାୟକ , ସନ୍ତୋଷ କୁମାର ମହାପାତ୍ର, କେଶବ ପାଇଲ, ମୃତ୍ୟୁଞ୍ଜୟ ପାଇଲ, ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.