Latest Odisha News

‘ବିଶ୍ୱକର୍ମା ପୂଜା’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି।

ବନ୍ଦର ନଗରୀ ପାରାଦୀପ ସମେତ ରାଉରକେଲା ଓ ଅନୁଗୁଳରେ ଧୁମଧାମରେ ପାଳିତ ହେଉଛି ଏହି ପୂଜା । ଏପରିକି ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଡିଜାଇନର ଆକର୍ଷଣୀୟ ତୋରଣମାନ ତଥା ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଛି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ।

ବିଶ୍ୱକର୍ମାଙ୍କୁ ଶିଳ୍ପୀମାନଙ୍କ ଦେବତା ରୂପେ ବିବେଚନା କରାଯାଏ ଓ ଏଥିସହିତ ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ମଧ୍ୟ କୁହାଯାଏ ।

ପୌରାଣିକ କଥା ଅନୁସାରେ, ପୁରାଣ କାଳରେ ଦେବତା ମାନଙ୍କ ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କାର୍ଯ୍ୟ ସେ କରୁଥିଲେ ।

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମରେ ବିଶ୍ୱକର୍ମାଙ୍କୁ ସମର୍ପିତ ଏକ ପ୍ରାଚୀନ ମନ୍ଦିର ଅବସ୍ଥିତ । ପୁରାଣ ମତେ ସେ ହେଉଛନ୍ତି ଅଷ୍ଟମ ବସୁ ପ୍ରଭାସ ଓ ଯୋଗସିଦ୍ଧାଙ୍କ ସନ୍ତାନ ।

Comments are closed.