Latest Odisha News

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ମାମଲାରେ ବାରମ୍ଵାର ଅରୁଚିକର ମନ୍ତବ୍ୟ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ବିଜୁ ଜନତା ଦଳ, ବିଜେପି ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଛି ।

ଗଣମାଧ୍ୟମକୁ ବିବୃତି ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ଆଜି ସ୍ୱର୍ଗତ ନବ କିଶୋର ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡା ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଏଭଳି ସମୟରେ ଜଣେ ମୃତ ବ୍ୟକ୍ତିଙ୍କର ଭଲ କାମକୁ ମନେ ପକାଇ ତାଙ୍କ ସଦ୍‌ ଗୁଣାବଳିର ସ୍ମରଣ କରାଯାଏ।

ମାତ୍ର ଆମେ ଲକ୍ଷ୍ୟ କରୁଛୁ ଯେ, ଗତ କିଛି ଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବା ବିଜେପି ନେତା ଜୟନାରାୟଣ ମିଶ୍ର ଆଜି ଭଳି ଦିନରେ ମଧ୍ୟ ନବ ବାବୁଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଅରୁଚିକର ଓ ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି। ଦଳମତ ନିର୍ବିଶେଷରେ ଲୋକେ ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ନାପସନ୍ଦ କରାଯାଉଛି ।

ବିଜେପିର ଏହି ନେତା ଯିଏକି ମାନସିକ ଭାରସାମ୍ୟ ହରାଇଛନ୍ତି, ତାଙ୍କର ଆଚରଣ ଓ ଉଚ୍ଚାରଣ ଏମିତି ହେବ । ତାଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀଠାରୁ ଆଉ ଅଧିକ କ’ଣ ଆଶା କରାଯାଏ ? ତେଣୁ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଆମର ଅନୁରୋଧ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ଜଣେ ମୃତ ବ୍ୟକ୍ତିଙ୍କ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ଦେଉଥିବା ତାଙ୍କ ଦଳ ତୁରନ୍ତ ଜୟନାରାୟଣ ବାବୁଙ୍କର ମାନସିକ ସ୍ଥିତି ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଗୌତମବୁଦ୍ଧ ଦାସ ।

Comments are closed.