Latest Odisha News

ମାର୍ଚ୍ଚ ୫ରୁ ସପ୍ତାହେ ବ୍ୟାପି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର : ମାର୍ଚ୍ଚ ୫ରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୌହପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରିବା ପାଇଁ ବିଜେଡି ଘୋଷଣା କରିଛି । ଏନେଇ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ସଂଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

BjdElectrycity

ମିଳିଥିବା ସୂଚନାନୁସାରେ, ମାର୍ଚ୍ଚ ୫ ତାରିଖରେ ବିଜେଡି ସରକାର ଓଡିଶାରେ ନିଜର ୨୦ ବର୍ଷର ଶାସନ ପୁରା କରିବ । ଏବଂ ବିଜେଡି ଯୁବ ଓ ମହିଳା ସଦସ୍ୟଙ୍କ ସହ ୭ଦିନ ବ୍ୟାପି ଜୟନ୍ତୀ ପାଳନ କରିବ । ଏହା ସହିତ ବିଜେଡି ଦଳ ବ୍ୟତୀତ ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ବାବୁଙ୍କ ଜନ୍ମମାଟି କଟକରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Leave A Reply

Your email address will not be published.