Latest Odisha News

ଆସିଲା ‘ବାଗୀ-୩’ର ପ୍ରଥମ ପୋଷ୍ଟର, କେବେ ଆସିବ ଟ୍ରେଲର ଜାଣନ୍ତୁ

ମୁମ୍ବାଇ: ସାମ୍ନାକୁ ଆସିଲା ଫିଲ୍ମ ‘ବାଗୀ-୩’ର ପ୍ରଥମ ପୋଷ୍ଟର । ଏଥିରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ କୌଣସି ଏକ ଯୁଦ୍ଧ ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅଭିନେତା ଟାଇଗର ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି ।

‘ବାଗୀ-୩’ ଫିଲ୍ମର ଟ୍ରେଲର ଆସନ୍ତା ୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗର ଶ୍ରଫ୍‌ଙ୍କୁ ଦେଖିବାକୁ ମିଳିବ । ତାଙ୍କ ଅପଜିଟ୍‌ରେ ନଜର ଆସିବେ ଶ୍ରଦ୍ଧା କପୁର । ଏହାବ୍ୟତୀତ ରିତେଶ ଦେଶମୁଖ, ବିଜୟ ଶର୍ମା, ଅଙ୍କିତା ଲୋଖଣ୍ଡେ ଓ ଜ୍ୟାକି ଶ୍ରଫ୍‌ଙ୍କୁ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଅହମଦ ଖାନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୬ରେ ପରଦାକୁ ଆସିବ ।

Leave A Reply

Your email address will not be published.