Latest Odisha News

BREAKING NEWS

ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ଚାରି ଜିଲ୍ଲା ଯଥା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଗଜପତି ଓ ରାୟଗଡ଼ା ଦାୟିତ୍ବ । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ ଓ କେନ୍ଦ୍ରାପଡ଼ା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼ ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ଦାୟିତ୍ୱ ଦେଇଛନ୍ତି ନବୀନ ।

ବଲାଙ୍ଗୀର ପାଇଁ ସୁଧିର ସାମଲ, ଭଦ୍ରକ ପ୍ରତାପ ଜେନା, ଦେଓଗଡ଼ ଅମରେଶ ଜେନା, ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଜୟ ନାୟକ , ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା , କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ ଓ ପଦ୍ମନାଭ ବେହେରାଙ୍କୁ ମିଳିଛି ନୟାଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ସେହିପରି ସ୍ନେହାଙ୍ଗୀନୀ ଛୁରିଆଙ୍କୁ ନୂଆପଡ଼ା, ପ୍ରଣବ ବଳବନ୍ତରାୟଙ୍କୁ କଳାହାଣ୍ଡି ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ୍ତ କୁମାର ଅମାତଙ୍କୁ ଗଞ୍ଜାମ, ସୈଭାଗ୍ୟ ନାୟକଙ୍କୁ ବୌଦ୍ଧ, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲିଙ୍କୁ ମୟୁରଭଞ୍ଜ ଏବଂ ସୁବର୍ଣ୍ଣପୁର ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.