Latest Odisha News

BREAKING NEWS

ଦେବୀ ନଦୀରେ ବୁଡ଼଼ିଗଲେ ଭୁବନେଶ୍ୱରର ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀ ଘାଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ଘାଟରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ କୂଳକୁ ଫେରି ଆସିଛନ୍ତି । ଜଣେ ଛାତ୍ରଙ୍କ ମୃତଦହେ ମିଳିଥିବା ବେଳେ ଆଉ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।

ଆମ୍ବଶାଳ ଅଞ୍ଚଳର ୪ ଜଣ ସାଙ୍ଗ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ବୁ଼ଡ଼ି ଯାଇଥିଲେ । କୌଣସି ମତେ ଜଣେ କୂଳକୁ ଚାଲି ଆସିଥିଲେ । ୩ ଛାତ୍ରଙ୍କୁ ଉଦ୍ଧାର ଲାଗି ବାଲିକୁଦା ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ଜଣଙ୍କ ମୃତଦେହ ମିଳିଛି ।

ଆମ୍ବଶାଳ ଗ୍ରାମର କ୍ଷୀର ବାରିକଙ୍କ ପୁଅ ବବୁଲ ବାରିକଙ୍କ ସହ ଭୁବନେଶ୍ଵରରୁ ଆସିଥିବା ସାଙ୍ଗ ଗାଧୋଇବାକୁ ଦେବୀ ନଦୀକୁ ଯାଇଥିଲେ । ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.