Latest Odisha News

BREAKING NEWS

ଦ୍ୱାଦଶ ରାଉଣ୍ଡ ଗଣତି ଶେଷ, ବାଲେଶ୍ୱର ସଦରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ୱାଦଶ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡରେ ମଧ୍ୟ ବିଜେଡି ତାର ଦବ୍ଦବା ବଜାୟ ରଖିଛି । ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ୱାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ ରହିଛି। ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩୪୧୮ଟି ଭୋଟ୍ ପାଇଥିବା ବଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୭୯୪ ଭୋଟ ପାଇଛନ୍ତି।

ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୪୨୮୪ ‌ଟି ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ  ୩୮୮୦ଟି ଭୋଟ ପାଇଛନ୍ତି ଏବଂ ବିଜେଡି ୪୦୪ଟି ଭୋଟରେ ଆଗୁଆ ରହିଛି।  ଅଷ୍ଟମ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ଥିଲା। ବିଜେଡି ୪୨୮୦ଟି ଭୋଟ୍ ପାଇବାକୁ ଥିବା ବେଳେ ବିଜେପି୨୯୨୯ ଭୋଟ ପାଇଥିଲା।

Leave A Reply

Your email address will not be published.