Latest Odisha News

ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଭର୍ଚୁଆଲ୍ ଆୟୋଜନରେ ସାମିଲ୍‌ ହେବେ ୫୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ଏକ ଭର୍ଚୁଆଲ୍ ଢଙ୍ଗରେ ଆୟୋଜିତ ହେବ। ଏହା ଆଇଏମ୍‌ସିର ଚତୁର୍ଥ ସଂସ୍କରଣ ହେବ। ଦୂରସଂଚାର ବିଭାଗ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ତରଫରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ।

ଏହାପୂର୍ବରୁ ଏହି ବଡ ଟେକ୍ନୋଲୋଜି ଇଭେଣ୍ଟକୁ ତିନିଥର ଆୟୋଜନ କରାଯାଇଛି। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଦକ୍ଷିଣ ଏସିଆର ସବୁଠୁ ବଡ ଟେକ୍ ଇଭେଣ୍ଟ, ଯେଉଁଥିରେ ବିଶ୍ବର ବଡ ବଡ ବୈଷୟିକ କମ୍ପାନୀମାନେ ଅଂଶଗ୍ରହଣ କରିଥାନ୍ତି।

ଏହି କାର୍ଯ୍ୟକ୍ରମରେ ୧୧୦ରୁ ଅଧିକ ଗ୍ଲୋବାଲ୍ ସ୍ପିକର, ଷ୍ଟାର୍ଟଅପ୍ ଏବଂ ୩୦ରୁ ଅଧିକ ଘଣ୍ଟାର ବିଷୟବସ୍ତୁ ପ୍ରଦର୍ଶିତ ହେବ। ଏହି ଅନଲାଇନ୍ ଇଭେଣ୍ଟରେ ୧୫୦୦୦ ରୁ ଅଧିକ ଅଂଶଗ୍ରହଣକାରୀ ଭାଗନେବେ ନେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.