Latest Odisha News

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି, ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ଵର: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ଚାହୁଁଛି ଓଡ଼ିଶାରେ ହିଂସାରାଜ୍ ଚାଲୁ। । ଏଭଳି ଗୁଣ୍ଡା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେଡି ।

ସୂଚନା ଅନୁସାରେ, ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ । ଭୋଟିଂ ସମୟରେ ଦାଦାଗିରି କରି ଇଭିଏମ୍‌ ଭାଙ୍ଗିଛନ୍ତି । ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡ ପରେ ଏମପି ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ ପ୍ରଶାନ୍ତ । ସେତିକିବେଳେ ସଦର ଏସଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଧରି ବୋଲଗଡ ଥାନାରେ ଅଟକ ରଖିଛନ୍ତି। ବେଗୁନିଆ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ।

ପ୍ରଶାନ୍ତ ଜଗଦ୍ଦେବ ଗଣ୍ଡଗୋଳ କରିବେ ବୋଲି ପୂର୍ବରୁ ଧମକ ଦେଇଥିଲେ । ଏନେଇ ବାରମ୍ବାର ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିବା ସତ୍ତ୍ଵେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ତେବେ କାହିଁକି ପ୍ରଶାନ୍ତଙ୍କୁ ଗିରଫ କରାଯାଉନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ପ୍ରଶାନ୍ତଙ୍କ ଗିରଫ ଦାବି କରିଛି ବିଜେଡି ଟିମ୍। ଏହାସହ ଅପରାଜିତାଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

Leave A Reply

Your email address will not be published.