Latest Odisha News

ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୫ଟା ୩୦ ସୁଦ୍ଧା ୫୯.୬୦% ମତଦାନ

ଭୁବନେଶ୍ଵର: ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ବନ୍ଦ ଅଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ସରିଛି ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିଛି ବିଗ୍ ଫାଇଟ୍ । ୫ଟା ୩୦ ସୁଦ୍ଧା ରାଜ୍ୟରେ ୫୯.୬୦%ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଖୋର୍ଦ୍ଧାରେ ୫୪.୩୫% ଭୋଟିଂ ହୋଇଥିବା ବେଳେ, କଟକରେ ୫୩.୧୪%, ଢେଙ୍କାନାଳରେ ୫୮.୬୯%, କେନ୍ଦୁଝରରେ ୬୨.୫୯%, ପୁରୀରେ ୬୧.୯୬%, ସମ୍ବଲପୁରରେ ୬୫.୬୧% ମତଦାନ, ଅନୁଗୁଳରେ ୬୫.୧୯%, ଦେବଗଡ଼-୬୭% ଓ ନୟାଗଡରେ ୬୧.୦୮% ଭୋଟିଂ ହୋଇଛି । ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଥିବା ବେଳେ ଦେଓଗଡରେ ସର୍ବାଧିକ ମତଦାନ ହୋଇଛି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଥିବା ବେଳେ ଭୁବନେଶ୍ୱର ମଧ୍ୟରେ ସର୍ବନିନ୍ନ ଭୋଟର ମତଦାନ କରିଛନ୍ତି ।

 

Leave A Reply

Your email address will not be published.