Latest Odisha News

BREAKING NEWS

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ୩ଦିନ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ , ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ଦଳ ସୁଦୃଢ କରିବା ଆରମ୍ଭ କରିଛି । ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ।ଆଜିଠାରୁ ତିନି ଦିନ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେଠାରୁ ଦଳର ସ୍ଥିତିକୁ ସୁଦୃଢ ନକଲେ ଆଗାମୀ ୨୦୨୪ ନିର୍ବାଚନରେ ବିପର୍ଯ୍ୟୟ ଘଟିପାରେ ।ଏନେଇ ବିଜେଡି ଦଳକୁ ମଜବୁତ କରିବା ପାଇଁ ରଣନୀତି ଆରମ୍ଭ କରିସାରିଲାଣି ।

ଶନିବାର ୧୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ବୈଠକଙ୍କୁ ଡାକିଛନ୍ତି ବିଜେଡି ସଭାପତି । ଯେଉଁ ଜିଲ୍ଲାରେ ସେମାନେ ଅଛନ୍ତି ସେହିଠାରେ ଦଳ କିପରି ପ୍ରଦର୍ଶନ କରିଛି ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । କେଉଁ ଭୁଲ ପାଇଁ ଦଳ ଖରାପ ପ୍ରଦର୍ଶନ କରିଥିଲା ସେ ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକମାନେ । ୩ ଦିନ ଧରି ପର୍ଯ୍ୟବେକ୍ଷକ ବୈଠକ ବସିବ ନବୀନ ନିବାସରେ ଏହି ବୈଠକ ହେବ ।

ମୁଖ୍ୟମନ୍ତ୍ରୀ ନିଜେ ଏହି ବୈଠକ ଡାକିଛନ୍ତି । ୨୦୨୪ ନିର୍ବାଚନ ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା ହେବ ।ଆଗାମୀ କାର୍ଯ୍ୟପନ୍ଥା ନେଇ ଗୁରୁମନ୍ତ୍ର ଦେବେ ନବୀନ । ଏହି ବୈଠକରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଫୋକସରରେ ରହିବ । ଯେଉଁ ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଛି ସେଠାରେ ଲୋକଙ୍କ ଆସ୍ଥା ଭାଜନ ପାଇଁ ଗୁରୁମନ୍ତ୍ର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ଦଳ ଯେଉଁ ସବୁ ଜିଲ୍ଲାରେ ଦୁର୍ବଳ ପ୍ରଦର୍ଶନ କରିଛି ସେଠାରେ ସଙ୍ଗଠନ ବଦଳିପାରେ । ଟାଣୁଆ ନେତାଙ୍କୁ ଦାୟିତ୍ୱ ମିଳିୁପାରେ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ମାଲକାନଗିରି,କେନ୍ଦ୍ରାପଡା,ବାଲେଶ୍ୱର, ନୟାଗଡ, ଅନୁଗୁଳ,ନବରଙ୍ଗପୁର,ଢେଙ୍କାନାଳ,ସୁନ୍ଦରଗଡ ଆଜି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଟାଣୁଆ ନେତା ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ ।

Leave A Reply

Your email address will not be published.