Latest Odisha News

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ଜନଜାତି କଳା ସାମଗ୍ରୀର ପ୍ରଦର୍ଶନ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠାରୁ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ଏହି ମେଳାକୁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ପହଁଞ୍ଚି  ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ଥର ମେଳାରେ ୧୦୦ଟି ଷ୍ଟଲ ପଡିଛି । ଏଥର ମେଳାରେ ଆଇଟିଡିସି , ମାଇକ୍ରୋପ୍ରୋଜେକ୍ଟ,ମିଶନ ଶକ୍ତି, ଓରମାସ,ଟିଡିସିପି ଆଦି ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି ।ପ୍ରତ୍ୟେକ ଦିନ ଦିନ ୩.୩୦ରୁ ମେଳା ଆରମ୍ଭ ହୋଇ ରାତି ୯.୩୦ରେ ମେଳା ପରିସର ଖୋଲା ରହିବ ବୋଲି ଜଣାପଡିଛି । ଏହି ସବୁ ଷ୍ଟଲ ଗୁଡିକରେ ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯିବ ।

ପ୍ରତିଦିନ ସନ୍ଧ୍ୟାରେ ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ନୃତ୍ୟ ମଧ୍ୟ ପ୍ରଦର୍ଶୀତ ହେବ ।ଚଳିତ ବର୍ଷ ମେଳାରେ ଫୁଡ କୋର୍ଟ ହୋଇନାହିଁ । କରୋନା କଟକଣା ଯୋଗୁଁ ଗତ ବର୍ଷ ମେଳା ହୋଇପାରିନଥିଲା । ହେଲେ ଏବର୍ଷ କଟକଣା ଟିକିଏ ହ୍ରାସ ପାଇବା ପରେ ଆଦିବାସୀ ମେଳା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.