Latest Odisha News

BREAKING NEWS

ପାଣିପାଗ ବିଭାଗର ସତର୍କ ସୂଚନା: ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହାରି ମଧ୍ୟରେ ଏକ ଆଶ୍ୱସ୍ଥିକର ଖବର ମିଳିଛି । ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି ।

ରାଜ୍ୟର କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ପରି ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହାସହ ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ କୁଆପଥର ମାଡ଼ ହେବାର ମଧ୍ୟ ପୁର୍ବାନୁମାନ କରାଯାଇଛି ।

ସେହିପରି ଆସନ୍ତକାଲି ଘଡ଼ଘଡ଼ି କମିପାରେ । ତଥାପି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆକଳନ କରାଯାଇଛି । ଗତକାଲି ବୌଦ୍ଧ ଓ ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ ଲେଖାଏଁ ରେକର୍ଡ କରାଯାଇଥିଲା । ଭୁବନେଶ୍ୱରର ତାପମାତ୍ରା ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ ଥିଲା ।

Leave A Reply

Your email address will not be published.