Latest Odisha News

BREAKING NEWS

‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’

ଭୁବନେଶ୍ବର: ଆଗକୁ ନିର୍ବାଚନ, ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ଏନେଇ ଆଜି ଶଙ୍ଖ ଭବନରେ ଦଳ ପକ୍ଷରୁ ବିସ୍ତୃତ ଆଲୋଚନା ଚାଲିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ ।

ଚଳିତ ନିର୍ବାଚନରେ ଯୁବ ଗୋଷ୍ଠୀର ଭୋଟ ହାତେଇବାକୁ ରଣନୀତି କଣ ହେବ, ବିରୋଧୀ ଦଳକୁ କିପରି ସାମ୍ନା କରାଯିବ ସେନେଇ ମାନସ ମନ୍ଥନ ଚାଲିଛି । ସେହିପରି ଶିକ୍ଷା, ରୋଜଗାର ଭଳି ପ୍ରସଙ୍ଗ ନେଇ ଯୁବପୀଢ଼ୀଙ୍କ ପାଖକୁ ଯିବ ଦଳ ବୋଲି ବ୍ୟୋମକେଶ ରାୟ କହିଛନ୍ତି ।

ସେହିପରି, ପୁଣି ବିଜେଡି ସରକାରକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ । ଯେକୌଣସି ଜାତୀୟ ଦଳକୁ ହରାଇବାକୁ ପ୍ରସ୍ତୁତ ଅଛି ବିଜୁ ଜନତା ଦଳ । ଆଗାମୀ ନିର୍ବାଚନରେ ବିଜେଡି ନିର୍ଣ୍ଣାୟକ ଭାବେ ଭୂମିକା ନେବ ବୋଲି ବ୍ୟୋମକେଶ କହିଛନ୍ତି ।

Leave A Reply

Your email address will not be published.