Latest Odisha News

BREAKING NEWS

ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା

ଭୁବନେଶ୍ଵର: ସୁନା ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ । ଖାସ କରି ମହିଳାଙ୍କ କ୍ଷେତ୍ରରେ । ସୁନା ଯେତେ ମହଙ୍ଗା ହେଲେ ମଧ୍ୟ ଲୋକମାନେ କିଣି ଥାଆନ୍ତି । ବିବାହ ଋତୁ ଆସିଲେ ସାଧାରଣତଃ ବଢିଯାଏ ସୁନା ଦର । ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ । ସୁନା ଦର ବୃଦ୍ଧିର କାରଣ ହେଉଛି ମନ୍ଦାବସ୍ଥାର ଆଶଙ୍କା । ବେଲଗାମ ହେଉଛି ସୁନା ଦର । ଦିନ କୁ ଦିନ ଆକାଶ ଛୁଆଁ ହେଉଛି ଦର ।

ତେବେ ସୁନା ଦର କଥା କହିବାକୁ ଗଲେ ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି ପୁଣି ୧୪୦୦ ଟଙ୍କା ବୃଦ୍ଧି ପାଇଛି ସୁନା ଦର । ପାଖାପାଖି ୭୦ ହଜାର ରେ ପହଞ୍ଚିଲାଣି ସୁନା ଦର । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୯ହଜାର ୭ଶହ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୩,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୩୦୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୦,୪୦୦ ଟଙ୍କା ରହିଛି ।

ଅନ୍ୟପଟେ ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୦.୮୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୬୪୬.୪୦, ୧୦୦ ଗ୍ରାମ ପିଛା ୮,୦୮୦ ଓ ୧ କେଜି ପିଛା ୮୦,୮୦୦ ଟଙ୍କା ରହିଛି। ବିବାହ ଋତୁ ଚାଲିଥିବାରୁ ସୁନା ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

ସେହିପରି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୬୯,୪୦୪ ଟଙ୍କା ଛୁଇଁଥିବା ବେଳେ ଚେନ୍ନାଇରେ ୬୮,୫୯୭ ଟଙ୍କା, ମୁମ୍ବାଇରେ ୫୯,୩୩୭ ଟଙ୍କା, କୋଲକାତାରେ ୫୮,୪୬୩ ଟଙ୍କା ଛୁଇଁଛି ।

 

 

Leave A Reply

Your email address will not be published.