Latest Odisha News

BREAKING NEWS

ଅପପୃଷ୍ଟି ପ୍ରସଙ୍ଗ ଉଠାଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ଚର୍ଚ୍ଚା ପାଲଟିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ।  ସେ କହିଛନ୍ତି, ଏହି ଘଟଣାରେ ରାଜ୍ୟ ସରକାର ଚିନ୍ତିତ ଓ ସଚେତନ ଅଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇ ଏହାର ତଦନ୍ତ କରିଛନ୍ତି । ଏହି ଘଟଣାର ତ୍ୱରିତ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ୨ ଜଣଙ୍କ ସମେତ ଚିକିତ୍ସିତ ହେଉଥିବା ୬ ଜଣଙ୍କୁ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଅକ୍ଟୋବର-ଡିସେମ୍ବର ମାସର ରାସନ ବଂଟନ ପ୍ରକ୍ରିୟା ଜାରି ରହିଛି । ତେଣୁ ରାସନ ସାମଗ୍ରୀ ନ ପାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାମାନେ ଏଭଳି ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ୨୪ ବର୍ଷ ଶାସନରେ “ନଗଡା ଇତିହାସ” ସୃଷ୍ଟି କରିଥିବା ବିଜେଡି ଆଜି ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବୋଲି ସେ କହିଛନ୍ତି ।
ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି, ବିଜେଡି ଶାସନବେଳେ ଓଡ଼ିଶାରେ ୩୧ ପ୍ରତିଶତ ଶିଶୁ ପୃଷ୍ଟିହୀନତା ଏବଂ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି। ସେହିପରି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇଥିଲେ। ଶିଳ୍ପୋନ୍ନତ ଅନୁଗୋଳରେ ୭୫.୮, ଝାରସୁଗୁଡାରେ ୬୮.୧ ଓ ସମ୍ବଲପୁରରେ ୬୭.୧, ଗଜପତି ୭୭.୪, ରାୟଗଡା ୭୭.୩, କେନ୍ଦୁଝର ୭୪.୭, ମାଲକାନଗିରି ୭୪.୩, କଳାହାଣ୍ଡି ୭୦.୨, ସୁନ୍ଦରଗଡରେ ୬୮.୪ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇ ଏବେବି କଷ୍ଟ ପାଉଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।
Leave A Reply

Your email address will not be published.