Latest Odisha News

ଆତ୍ମାହୁତି କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଗତ ୬ ଦିନ ତଳେ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଦିନ ଦେହାନ୍ତ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ, ମିନାକ୍ଷୀଙ୍କୁ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା । ଏପରିକି ଗତ ବୁଧବାର ଦିନ ତାଙ୍କୁ ୧ ୟୁନିଟ୍ ରକ୍ତ ମଧ୍ୟ ଦିଆଯାଇଥିଲା । ତା’ ପରଦିନ ଡ୍ୟୁଟିରେ ଥିବା ଜଣେ ଡାକ୍ତର ଚେକିଂ ପାଇଁ ଆସିଥିବା ବେଳେ ତାଙ୍କର ଶରୀରରେ କୌଣସି ପ୍ରତିକ୍ରିୟା ହେଉନଥିବା ଜାଣିପାରିଥିଲେ । ପରବର୍ତ୍ତୀ ସମୟରେ ଡାକ୍ତର ମିନାକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୨ ତାରିଖରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିନାକ୍ଷୀ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘର ଆଗରେ ପାର୍କିଂକୁ ନେଇ ଜାନୁଆରୀ ୨୮ ତାରିଖରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ତାଙ୍କ ପୁଅ ରାଜା ମିଶ୍ରଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ମିନାକ୍ଷୀ ପ୍ରତିବାଦ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିବା ବେଳେ ତାଙ୍କ ଶରୀରର ୯୫ ପ୍ରତିଶତ ଭାଗ ପୋଡି ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ବ୍ରହ୍ମପୁର ମେଡିକାଲରେ ବର୍ନ ୟୁନିଟ୍ ନଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଦୁଇ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କୁ ଗତ ଫେବୃଆରୀ ୧୪ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.