Latest Odisha News

BREAKING NEWS

ସେଲଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ କଥା ଉଠାଅ: ବିଜେଡି

ଭୁବନେଶ୍ୱର: ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ, ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଉଜ୍ୱଳା ଯୋଜନାରେ ପ୍ରାୟ ୯୦ ଲକ୍ଷ ମହିଳା ୨୦୨୧-୨୨ ମସିହାରେ ସିଲିଣ୍ଡର ରିଫିଲ କରିନପାରି ଅନେକ କଷ୍ଟ ସହିଥିଲେ ।

କେନ୍ଦ୍ର ଦ୍ଵାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା କାରଣରୁ ଓଡିଶାର ଏକ କୋଟିରୁ ଅଧିକ ମହିଳା ପ୍ରତି ମାସରେ ମୁଣ୍ଡପିଛା ପାଉଥିବା ୫ କିଲୋଗ୍ରାମ ମାଗଣା ଚାଉଳରୁ ବଞ୍ଚିତ ହେବେ । ଚାଉଳ ଏବଂ ଧାନ କ୍ରୟ ପରିମାଣ ହ୍ରାସ ଯୋଗୁଁ ମହିଳା କୃଷକ ଏବଂ କୃଷକ ପରିବାରରେ ଥିବା ମହିଳା ସଦସ୍ୟମାନେ ଏହାର ପରିଣାମ ଭୋଗିବେ ।

କେନ୍ଦୁ ପତ୍ର ଉପରେ ୧୮% ଜିଏସଟି ଲାଗୁ ହେବାରୁ ଜୀବିକା ପାଇଁ କେନ୍ଦୁ ପତ୍ର ଉପରେ ନିର୍ଭର କରୁଥିବା ପ୍ରାୟ ୮ ଲକ୍ଷ ଆଦିବାସୀ ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି । ସେଲଫି ଅଭିଯାନ କରିବା ପରିବର୍ତ୍ତେ ଯଦି ମହିଳାଙ୍କ ସହ ଜଡିତ ଏହି ପ୍ରକୃତ ପ୍ରସଙ୍ଗକୁ ଓଡ଼ିଶା ବିଜେପି ସାମ୍ନାକୁ ଆଣିବ ତାହାଲେ ରାଜ୍ୟର ମହିଳାଙ୍କ ମଙ୍ଗଳ ହେବ ।

Leave A Reply

Your email address will not be published.