Latest Odisha News

BREAKING NEWS

ମାତିଲେ ମାଓବାଦୀ; ଦନ୍ତେୱାଡାରେ ଇନଫର୍ମର ସନ୍ଦେହରେ ହତ୍ୟା, ବିଜାପୁରରେ ବିଛାଇଲେ ଲାଣ୍ଡମାଇନ

ମାଲକାନଗିରି : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ଛତିଶଗଡରେ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ବିଛାଇଥିଲେ ।

ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଦେଖା ଦେଇଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ପୁର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କରିଛନ୍ତି ନକ୍ସଲ । ବାରସୁର ଥାନା ଅନ୍ତର୍ଗତ ହିତାମେଟ ଗ୍ରାମର ପୁର୍ବତନ ସରପଞ୍ଚ ରାମଧର ଆଲମିଙ୍କୁ ଦୁଇ ଦିନ ତଳେ ମାଓବାଦୀ ମାନେ ଅପହରଣ କରିଥିଲେ । ଦୁଇଦିନ ପରେ ଅର୍ଥାତ ଆଜି ହୁଣ୍ଡାବେଡା ଜଙ୍ଗଲରେ  ତାଙ୍କର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ ।  ମାଓବାଦୀଙ୍କ ପୁର୍ବ ବସ୍ତର ଡିଭିଜନ ଏହି ହିଂସା କାଣ୍ଡ କରିଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଅନ୍ୟପଟେ   ସିଆରପିଏଆଫ ଯବାନଙ୍କୁ ଟାର୍ଗେଟ କରି ବିଜାପୁର ଜିଲ୍ଲାରେ ନକ୍ସଲମାନେ ଲାଣ୍ଡମାଇନ ବିଛାଇଛନ୍ତି । ତେବେ ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।  ଆବାପାଲି ରାସ୍ତାରୁ ତିନି କିଲୋଗ୍ରାମ ଓଜନର ଲାଣ୍ଡମାଇନ ଉଦ୍ଧାର କରିଛନ୍ତି ସିଆରପିଏଫ ଯବାନ । ସିତାପୁର କ୍ୟାମ୍ପରେ ଥିବା ୧୯୬  ବାଟାଲିଆନ କମ୍ବିଂ ଅପରେସନରେ ବାହାରି ଥିଲେ । ୫୦  ମିଟର ଦୂର ପଗଡଣ୍ଡି ଗାଁ ନିକଟ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲାଣ୍ଡମାଇନ ଲଗାଇଥିଲେ । ହେଲେ ଏହାକୁ ଠାବ କରିବା ସହ ନିଷ୍କ୍ରିୟ କରିଛନ୍ତି ଯବାନମାନେ ।

Leave A Reply

Your email address will not be published.