ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ପକ୍ଷରୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିବା ଜଣାପଡିଛି ।
ଗତ ବର୍ଷ ସେ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।
ବିଜେଡି ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର ଜିଲ୍ଲା ପାଇଁ ସେ ସାଧାରଣ ସମ୍ପାଦକ ଅଛନ୍ତି ।
୨୦୧୯ ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ ନ ମିଳିବା ପରେ ସେ ବିଜେଡି ଦଳରେ ଯୋଗ ଦେଇଥିଲେ ।
Comments are closed.