Latest Odisha News

BREAKING NEWS

ସ୍ୱରାଜ୍ୟ ଫେରିବା ନେଇ ଚିନ୍ତାରେ ପ୍ରବାସୀ: ଟ୍ରେନ ସେବା ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର: କର୍ଣ୍ଣାଟକରେ ଫସିଥିବା ପ୍ରବାସୀମାନଙ୍କୁ ନେଇ ନିଜ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ମେ ୬ ତାରିଖ ବୁଧବାର ଠାରୁ କାର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସହରକୁ ପଠାଇବା ନିମନ୍ତେ ଆୟୋଜନ ହୋଇଥିବା ସମସ୍ତ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କାର୍ଣ୍ଣାଟକ ସରକାର।

ଏହି ସମସ୍ତ ଟ୍ରେନ୍ ବାତିଲ କରିବାକୁ ରାଜ୍ୟ ସରକାର ଭାରତୀୟ ରେଳବାଇକୁ ଚିଠି ଲେଖିଛନ୍ତି।

ଅନେକ ପ୍ରବାସୀ ନିଜ ରାଜ୍ୟକୁ ଫେରିବାକୁ ଟ୍ରେନ ଆବଶ୍ୟକତା କରୁଥିବା ବେଳେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଟ୍ରେନ୍ ସେବା ପ୍ରତ୍ୟାହାର ପାଇଁ କୌଣସି କାରଣ ଦିଆଯାଇ ନଥିଲେ ମଧ୍ୟ କନଫେଡେରେସନ୍ ଅଫ୍ ରିଏଲ୍ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ର ପ୍ରତିନିଧୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକାରୀ ମାନେ କହିଛନ୍ତି ଯେ, ରାଜ୍ୟର ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରବାସୀ ଶ୍ରମିକ ଆବଶ୍ୟକ ବୋଲି ନିଷ୍ପତ୍ତି ନିଆଯାଇଛି।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ଣ୍ଣାଟକରେ ଫସି ରହିଥିବା ହଜାର ହଜାର ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.