Latest Odisha News

‘ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ’

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ, ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଆରି ଭିତରେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ବଳ ଗୋଟାଉଛି ବିଜେପି । ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନରେ ବ୍ୟକ୍ତି ବିଶେଷ ବିଜେପିରେ ସାମିଲ ହେଉଛନ୍ତି ।

ଏହି ପ୍ରରିପେକ୍ଷିରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉତ୍ତରୀୟ ପିନ୍ଧାଇ ନୂତନ କାର୍ଯ୍ୟର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଦଳରେ ଯୋଗଦାନ ପରେ ସୁଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ଏଥର ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ଓଡ଼ିଶାରେ ସରକାର ସୁନିଶ୍ଚିତ ।

Comments are closed.