Latest Odisha News

BREAKING NEWS

ଏଠାରେ ହୋଇଛି ଶତ ପ୍ରତିଶତ ମତଦାନ

ଲଳିତପୁର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଛି । ଏହା ସତ୍ୱେ ଭୋଟ ପ୍ରତିଶତ ହାର ଏବେ ବି ଉତ୍ସାହଜନକ ରହି ନାହିଁ । ଉତରପ୍ରଦେଶର ଲଲିତପୁର ମହାରୈନୀ ସୋଲଦାରେ ଦ୍ୱିପ୍ରହର ସୁଦ୍ଧା ଶତ ପ୍ରତିଶତ ମତଦାନ ହୋଇଥିଲା । ଏହି ଆଦିବାସୀ ବହୂଳ ଗ୍ରାମର ଜଣେ ବ୍ୟକ୍ତି ବେଙ୍ଗାଲୁରରେ ଚାକିରୀ କରୁଥିଲେ । ସେ ମଧ୍ୟ ଫ୍ଲାଇଟ ଯୋଗେ ଆସି ସମୟରେ ଭୋଟ ଦାନ କରି ପ୍ରତ୍ୟାବର୍ତନ କରିଛନ୍ତି । ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୁଥ ସଂଖ୍ୟା ୨୭୭ରେ ୩୭୫ ମତଦାତା ଥିଲେ । ଏଥିରେ ୧୯୮ ପୁରୁଷ ଓ ୧୭୭ ମହିଳା ଭୋଟର ସାମିଲ ।

୧୨ଟା ମଧ୍ୟରେ ୩୭୪ଜଣ ଭୋଟ ଦେଇଥିଲେ । ଶେର ସିଂ ଯାଦବ ନାମକ ଏକ ବ୍ୟକ୍ତି ଏହା ପରେ ବେଙ୍ଗାଲୁରରୁ ଆସି ଭୋଟ ଦେଇଥିଲେ । ଡିଏମ ଅକ୍ଷୟ ତ୍ରିପାଠୀ ଶତ ପ୍ରତିଶତ ଭୋଟ ଦାନ ଦେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁନ୍ଦନୀରେ ମଧ୍ୟ ୩୫୫ ବୁଥରେ ଶତ ପ୍ରତିଶତ ମତଦାନ ହୋଇଛି । ଏହି ଘଟଣା ପ୍ରସାରିତ ହେବା ପରେ ଏବେ ଏହି ଦୁଇ ଗ୍ରାମକୁ ନେଇ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.