Latest Odisha News

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜେଡି ନେତା

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ନେତା । ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ପ୍ରାର୍ଥନା କଲେ ।

ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଭାୟକ ରୁଦ୍ର ପ୍ରତାପ ମହାରଥୀ, ନୟାଗଡ ବିଧାୟ ଅରୁଣ ସାହୁ, ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମେତ ପୁରୀର ଯୁବନେତା ପ୍ରମୁଖ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ମହାପ୍ରଭୁଙ୍କ ଆଶିଷ ନେବା ପରେ ପ୍ରଚାର ଆରମ୍ଭ ହେବ ବୋଲି ଜଣାପଡ଼ିଛି । କିଛି ଦିନ ପୂର୍ବେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ହୋଇଥିଲା ।

Comments are closed.