ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ଏମବିବିଏସ୍ ଶେଷ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଓ ଆକ୍ରମଣ ଘଟଣାରେ ପୋଲିସ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସୁପନ କୁମାର ପାଢୀ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁପନଙ୍କ ସହିତ ପିଡ଼ିତା ଛାତ୍ରୀଙ୍କୁ ଗତ କିଛି ମାସ ପୂର୍ବେ ପରିଚୟ ହୋଇଥିଲା। ଏହାର ସୁଯୋଗ ନେଇ ସୁପନ ଅନେକ ସମୟରେ ଛାତ୍ରୀଙ୍କୁ ଅଶ୍ଳିଳ ମ୍ୟାସେଜ ପଠାଉଥିଲେ। ଏହାକୁ ଛାତ୍ରୀ ଜଣକ ବିରୋଧ କରୁଥିଲେ। ତଥାପି ସୁପନ ପରିବର୍ତ୍ତନ ହେଲେନି। ବୁଧବାର ସକାଳେ ଏହାର ସମାଧାନ ପାଇଁ ସୁପନଙ୍କୁ କଲେଜ ମୁଖ୍ୟ ଫାଟକକୁ ଡାକିଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ଆଲୋଚନା ଏବଂ ପରେ ଯୁକ୍ତିତର୍କ ହେଲା। ସୁପନ ଏଥିରେ ଉତ୍କ୍ଷୀପ୍ତ ହୋଇ ଛାତ୍ରୀଙ୍କ ଗାଲକୁ କାମୁଡିବାକୁ ଚେଷ୍ଟା କରିବା ସହ ମାଡ ମଧ୍ୟ ମାରିଥିଲେ। ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଛାତ୍ରୀ ଜଣକ ହଷ୍ଟେଲକୁ ଚାଲିଯାଇଥିଲେ। ସୁପନ ତାଙ୍କ ପଛରେ ପଛରେ ହୋଷ୍ଟେଲକୁ ମଧ୍ୟ ଯାଇଥିଲେ। ଏନେଇ ଛାତ୍ରୀ ଜଣକ ବୈଦ୍ୟନାଥପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ସୁପନ ତାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶରୀରିକ ନିର୍ଯାତନା ଦେଉଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ପରେ ହାଉସ ସର୍ଜନ ସୁପନଙ୍କୁ ଗିରଫ କରାଯାଇଛି ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ କହିଛନ୍ତି।
BREAKING NEWS
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Comments are closed.