Latest Odisha News

ଭୟଙ୍କର ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁଛି । ଏଥିସହିତ ୧୭,୨୦୫ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୨୮୨୯ ନୂଆ ମାମଲା ସୋମବାର ଦିନ ନଜରକୁ ଆସିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ୧୭,୨୦୫ରେ ପହଞ୍ଚିଛି ।

ସେହିପରି ଭାଇରସ୍ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୪ ଜଣ ମୃତ୍ୟୁବରଣ କରିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ; ଚୀନ୍ ଯାତ୍ରୀଙ୍କ ଲାଗି ଇ-ଭିସା ବନ୍ଦ କଲା ଭାରତ

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୫ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

ବ୍ୟାପୁ ଥିବା କୋରନା ଭାଇରସର ଆତଙ୍କ ଯୋଗୁଁ ଭାତରରେ ମଧ୍ୟ ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କୋରୋନା ଭାଇରସ ସଂକ୍ରମିତ ହେଉଥିବା ଯୋଗୁଁ ଚୀନର ଅନେକ ସହରରେ ସାଧାରଣତଃ ଯାତାୟତ ଉପରେ କଟକଣା ଲଗାଯାଇଛି ।

Leave A Reply

Your email address will not be published.