Latest Odisha News

BREAKING NEWS

ବିଜେଡିର ଅତାବିରା ଓ ହିନ୍ଦୋଳରେ ବିଜୟ ୨୦୨୪ ପାଇଁ ସଂକେତ : ମାନସ ମଙ୍ଗରାଜ

ଭୁବନେଶ୍ବର : ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ଦଳୀୟ ସାଂସଦ ମାନସ ମଙ୍ଗରାଜ । ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ସମସ୍ତ ଭୋଟର ଓ ଦଳୀୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ମାନସ ମଙ୍ଗରାଜ । ଏଥିସହ ଅତାବିରା ଓ ହିନ୍ଦୋଳରେ ବିଜେଡି ବିଜୟ ୨୦୨୪ ପାଇଁ ସଂକେତ ଦେଉଛି ବୋଲି ସେ କହିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ  ଏକପାଖିଆ ହେବ ଓ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ସୂଚନାଯୋଗ୍ୟ; ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜେଡି ୧୨ଟି ଆସନରୁ ୧୧ଟି ଆସନ ହାତେଇଛି । ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସି ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିଛି । ୧୬ଟି ୱାର୍ଡରୁ ବିଜେଡ଼ି ୧୧ ଟିରେ ବିଜୟୀ ହୋଇଥିବାବେଳେ ୫ଟି ୱାର୍ଡରେ ବିଜେପି ଜିତିଛି। ସେପଟେ ନିର୍ବାଚନ ଫଳାଫଳ ଘୋଷଣା ପରେ ଅତାବିରା ଓ ହିନ୍ଦୋଳରେ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Leave A Reply

Your email address will not be published.