Latest Odisha News

‘ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର’

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ନେଇ ପରସ୍ପରଙ୍କୁ ଆରୋପ ଲଗାଉଛନ୍ତି ।ସେହିପରି ଆଜି ପ୍ରେସମିଟ କରି ବିଜେପି ଚାଷୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି ବିଜେଡି ।ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେଇଛି ବିଜେଡି । କିଛି ଏଭଳି ଅଭିଯୋଗ କରି ପ୍ରେସମିଟ କରିଛି ବିଜେପି ।

ଚାଷୀଙ୍କ ଆୟରେ ତଳ ଆଡୁ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବରରେ ରହିଛି । ୨୦୧୯ ନିର୍ବାଚନରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବେ ବୋଲି କହିଥିଲେ ରାଜ୍ୟ ସରକାର ହେଲେ ୪ହଜାର ଟଙ୍କା ଦେଲେ ସରକାର । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆାଡେ ଗଲା ବୋଲି ପ୍ରେସମିଟ ରେ ପ୍ରଶ୍ନ କରିଛନ୍ତି  ପ୍ରଦୀପ ପୁରୋହିତ ।

୧୦୦ ଟଙ୍କା ବୋନସ ଦେବେ ବୋଲି କହିଥିଲେ ହେଲେ ତାହା ବି ଦେଲେନି ସରକାର । ରାଜ୍ୟରେ ବିଜେପି ସରକାର ଆସିଲେ ୫ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସମସ୍ତ ସଂକଳ୍ପ କାର୍ଯ୍ୟକାରୀ ହେବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ ବୋଲି କହିଛନ୍ତି ପ୍ରଦୀପ ।କଟନୀ ଛଟନୀ ବନ୍ଦ କରିବୁ, ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବୁ । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ , ତାହା ବିଜେପି ନିର୍ମାଣ କରିବ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

 

Leave A Reply

Your email address will not be published.