ଭୁବନେଶ୍ୱର: ଦୁଇ ଦଶନ୍ଧୀର ରାଜନୈତିକ ଜୀବନ ମଧ୍ୟରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜୁ ଜନତା ଦଳର ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ବିଜେଡ଼ି ଏକ ଜନ ଆନେ୍ଦାଳନ, ଏହି ଦଳ ରହିବା ଲାଗି କାହା ଉପରେ ନିର୍ଭରଶୀଳ ନୁହେଁ ଏବଂ ଏପରିକି ମୋ ଉପରେ ମଧ୍ୟ ଦଳ ନିର୍ଭରଶୀଳ ନୁହେଁ ।
ବିଜୁ ଜନତା ଦଳର କର୍ମୀ ଭାଇଭଉଣୀଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଳଜାନ ପରି ଦଳକୁ ଶକ୍ତି ଯୋଗାଉଛି। ସେମାନଙ୍କ ତ୍ୟାଗ ଦଳକୁ ଆହୁରି ମଜବୁତ କରିଛି। @bjd_odisha ର ପ୍ରତିଷ୍ଠା ଦିବସରେ ଦଳର କୋଟି କୋଟି କର୍ମୀ ଭାଇଭଉଣୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। #BJDFoundationDay pic.twitter.com/gAod2951t1
— Naveen Patnaik (@Naveen_Odisha) December 26, 2019
“ବିଜେଡି କୌଣସି ଦଳୀୟ ନେତୃତ୍ୱକୁ ଆଗରେ ରଖିଥିବା ଏକ ରାଜନୈତିକ ଦଳ ନୁହେଁ । ସାଢେ ଚାରିକୋଟି ଜନସାଧାରଣଙ୍କ ଲାଗି ଏହା ଏକ ଆନେ୍ଦାଳନ,” ବୋଲି ବିଜେଡ଼ିର ୨୩ତମ ପ୍ରତିÂା ଦିବସ ଅବସରରେ ନବୀନ କହିଚଛନ୍ତି ।
ରାଜ୍ୟର ସାଢେ ୪ କୋଟି ଜନସାଧାରଣ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ସୁଚାରୁରୂପେ ପାଳନ କରିଆସୁଛୁ ।
ବିଜେଡ଼ିର ଏହି ପ୍ରତିÂା ଦିବସରେ ନବୀନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି କହିଛନ୍ତି, ଗାନ୍ଧୀଙ୍କୁ ସେବା ମନୋଭାବ, ବିକାଶ ଏବଂ ଆଦର୍ଶ ଲାଗି ସମସ୍ତେ ଜାଣନ୍ତି । ସାଢେ ୪ କୋଟି ରାଜ୍ୟ ଜନସାଧାରଣଙ୍କ ଲାଗି ବିଜୁ ଜନତା ଦଳ ଏକ ଆନେ୍ଦାଳନ କରିଛି ।ଏହି ଆନେ୍ଦାଳନ ଆଗକୁ ଜାରୀ ରହିବ ବୋଲି ନବୀନ କହିଛନ୍ତି ।
Comments are closed.