Latest Odisha News

BREAKING NEWS

ଦଳ ଛାଡ଼ିଲେ ବିଜେଡ଼ି ଷ୍ଟାର୍ କ୍ୟାମ୍ପେନର୍ ରବି ନାରାୟଣ ପାଣି

ଭୁବନେଶ୍ୱର: ପାଲଲହଡ଼ା ବିଧାନସଭା ଆସନ ଲାଗି ଆଶାୟୀ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡ଼ି ନେତା ରବି ନାରାୟଣ ପାଣି ରବିବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନବୀନ ନିବାସରେ ନିଜର ଇସ୍ତଫା ପତ୍ର ବିଜେଡ଼ି ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରଚାର ଲାଗି ବିଜେଡ଼ି ପକ୍ଷରୁ ଯେଉଁ ୪୦ ଜଣ ଷ୍ଟାର୍ କ୍ୟାମ୍ପେନର୍ ରହିଥିଲେ, ସେଥିମଧ୍ୟରେ ରବି ନାରାୟଣ ପାଣି ଅନ୍ୟତମ କ୍ୟାମ୍ପେନର ଥିଲେ । ସେ ଦଳର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଛନ୍ତି । ସେ ବିଜେଡ଼ି ପକ୍ଷରୁ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିଲେ । ଏଥର ମଧ୍ୟ ସେ ପାଲଲହଡ଼ା ଆସନରୁ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଥିଲେ । ଏହି ଆସନରୁ ଦଳ ମୁକେଶ ପାଲଙ୍କୁ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ବରିଷ୍ଠ ନେତା ଶ୍ରୀ ପାଣି ମଧ୍ୟ ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ । ସେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳ ବିଧାୟକ ଭାବେ ପ୍ରତିନିଧିତ୍ୱ କରିଛନ୍ତି ।

Leave A Reply

Your email address will not be published.