ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ । ସେଥିପାଇଁ ସବୁ ଦଳ ତାର ରଣନିତି ପ୍ରସ୍ତୁତ କରୁଛି । ସେଥିପାଇଁ ବିଜେଡି ମଧ୍ୟ ତାର ରଣନୀତି ପ୍ରସ୍ତୁତ କରୁଛି । କିନ୍ତୁ ଏହାରି ଭିତରେ ଆସନ୍ତା ମାସ ପାଇଁ ବିଜେଡି ତାର ମୁଖ୍ୟ ୩ଟି କାର୍ଯ୍ୟକ୍ରମ ତାଲିକା ପ୍ରକାଶ କରିଛି ।
ଆସନ୍ତା ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରିବ ବିଜେଡି । ସବୁ ସମୟରେ ଏହାକୁ ବିଜୁ ପ୍ରେମୀ ଓ ଅନୁଗାମୀ ଉତ୍ସହର ସହ ପାଳନ କରିଥାଆନ୍ତି । ସକାଳୁ ସକାଳୁ ସେଦିନ ବିଜେଡିର କର୍ମୀମାନେ ବିଧାନସଭା ଓ ସମସ୍ତ ପଞ୍ଚାୟତରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ତା’ ପରେ ସମାଜ ସେବି ସଂସ୍ଥାରେ ଫଳ ବଣ୍ଟନ କରାଯିବା ସହ ସାଇକେଲ ଶୋଭାଯାତ୍ରା ଓ ଦୌଡ଼ି ରାଲି କରିବେ ବିଜେଡି କର୍ମୀ । ଏଥିରେ ସମସ୍ତ ବିଜେଡି ନେତା, କର୍ମୀ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ବିଜୁ ବାବୁ ଯେଉଁ ସବୁ କାମ କରିଛନ୍ତି, ତାହାର ସ୍ମୃତିଚରଣ ଓ ଆଲୋଚନା କରି ଲୋକଙ୍କୁ ଅବଗତ କରାଯିବା ସହ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ପାଇଁ ଶପଥ ପାଠ କରାଯିବ ।
ସେହିପରି ମାର୍ଚ୍ଚ ୮ ରେ ବିଶ୍ୱ ମହିଳା ଦିବସ ପାଳନ କରିବ ବିଜେଡି । ସେହି ଦିନ ସବୁ ନିର୍ବାଚନ ମଣ୍ଡଳୀରେ ଏହି ଦିବସ ପାଳନ କରାଯିବା ସହ ମହିଳା ସମାବେଶ କରାଯିବ । ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି, ତାହା ଏହି ସଭାରେ ଆଲୋଚନା ହେବ ।
ଏହାପରେ ଏପ୍ରିଲ ୧୭ ତାରିଖରେ ବିଜୁ ତିରୋଧାନ ଦିବସକୁ ନିରାମ୍ବଡର ଭାବେ ପାଳନ କରାଯିବ । ସକାଳେ ତିଳ ତର୍ପଣ ହେବ । କାର୍ଯ୍ୟକ୍ରମର ସମସ୍ତ ଫୋଟୋକୁ ନେତାମାନେ ଶଙ୍ଖ ଭବନକୁ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ନିର୍ଦେଶ ରହିଛି ।
Comments are closed.