ଭୁବନେଶ୍ବର: ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ସମୟରେ ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଯାହାକୁ ନେଇ ସେମାନଙ୍କ ବିରୁଦ୍ଧରେ କଡା ଆକ୍ସନ ନେଇଛି ଦଳ । ସମସ୍ତ ୬ ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରରିପେକ୍ଷିରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବିଜେଡିରୁ ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି ।
ପ୍ରଥମେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅବଗତ କରିବା ବିଜେଡି । ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତି ବିଜେଡି ପକ୍ଷରୁ ଅବଗତ କରାଯିବ । ଯଦି ସେଠି କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ ବୋଲି ସେ କହିଛନ୍ତି ।
ଦଳରୁ ନିଲମ୍ବିତ ୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ । ସେମାନେ ଯଦି ଭାବୁଛନ୍ତି ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ସେ ବଞ୍ଚିଯିବେ ତାହା ଭୁଲ । ଦିଲ୍ଲୀପ ରାୟଙ୍କ ବିରୋଧରେ ଅନେକ କେସ୍ ରହିଛି ସେ ନିଜେ କେତେବେଳେ ବି ଫସିଯିବେ । ଏହି ବିଧାୟକ ମାନେ ରାଜ୍ୟ ଦଳ ପାଇଁ ଅନ୍ୟାୟ କରିଛନ୍ତି ବିଜେଡି ଛାଡ଼ିବ ନାହିଁ ବୋଲି ଲେନିନ୍ କହିଛନ୍ତି ।