Latest Odisha News

BREAKING NEWS

ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ପାଖଉଛି ନିର୍ବାଚନ ତାରିଖ, ଆଉ ଟିକେଟ୍ ପାଇଁ ଏବେ ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ଼ । ଆଜି ମୁଖ୍ୟମନ୍ତ୍ରୀ ନିବାସରେ ବିଜେଡି ନେତାଙ୍କ ପ୍ରବଳ ଭିଡ଼ ଜମିଛି । ନିଜ ସମର୍ଥକଙ୍କ ସହ ଆସି ପହଂଚିଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ନେତା । ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ବର କର୍ପୋରେଟର ଅମରେଶ ଜେନା ନିଜ ନିଜ ସମର୍ଥକଙ୍କ ସହ ଆସି ନବୀନ ନିବାସରେ ପହଂଚିଛନ୍ତି । ଟିକେଟ ପାଇଁ ମୁଖ୍ୟମନ୍ତ୍ରୀ ନିବାସରେ ନେତାଙ୍କ ଭିଡ଼ ଜମୁଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନିବାସରୁ ଫେରିବା ପରେ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଶ ଶିରୋଧାର୍ଯ୍ୟ । ଯାହା ସେ ନିଷ୍ପତି ଦେବେ ବା ଯାହା ବି ସେ ନିଦ୍ଦେର୍ଶ ଦେବେ ତାକୁ ଆମେ ପାଳନ କରିବୁ ବୋଲି କହିଛନ୍ତି । ସେହିପରି ଭାବେ ଭୁବନେଶ୍ବର ନିର୍ବାନ ମଣ୍ଡଳୀରୁ ନିଜକୁ ପ୍ରାର୍ଥୀଭାବେ ଦର୍ଶାଉଥିବା ଅମରେଶ ଜେନା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ।

ମାର୍ଚର୍ ଦ୍ବିତୀୟ ସପ୍ତାହରେ ନିର୍ବାଚନ ତାରିଖ ପ୍ରକାଶ ପାଇବ ଏହା ପୂବର୍ରୁ ରାଜ୍ୟ ରାଜନୀତିରେ ବେଶ ହଟଚମଟ ଦେଖାଦେଉଛି। ନବୀନ ନିବାସରେ ଟିକେଟ ପାଇଁ ନେତା ମନ୍ତ୍ରୀଙ୍କ ଭିଡ଼ ମଧ୍ୟ ଜମୁଥିବା ଦେଖିବାକୁ ମିଳୁଛି । ନିକଟରେ ଏକାମ୍ର ବିଧାୟକ ଗୋଟେ ପେଟ ବୈଠକ କରୁଥିବା ବେଳେ କର୍ପୋରେଟର ଲିଟୁ ମହାସୁଆର ମଧ୍ୟ ନିଜ ସମର୍ଥକଙ୍କୁ ନେଇ ବୈଠକ କରିଥିଲେ । ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ଆଶାୟୀ ଥିବା ବେଳେ ଟିକେଟ ଲବି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଭିଡ଼ ଜମୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.