Latest Odisha News

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ଭାର୍ତ୍ତୃହରୀଙ୍କୁ ଟିକେଟ ଦେଇଛି ବିଜେପି । ବିମାନବନ୍ଦରରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ୨୦୨୪ ଜୁନରେ ଓଡିଶାରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କହିଛନ୍ତି ଭର୍ତ୍ତୃହରି ।

୬ ଥର ବିଜେଡି ଟିକେଟରେ କଟକର ଏମପି ରହିବା ପରେ ଦଳର କାର୍ଯ୍ୟପ୍ରଣାଳି ତଥା କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି କିଛି ଦିନ ତଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଭର୍ତ୍ତୃହରିଙ୍କ ସହ ପୂର୍ବତନ ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଦାମୟନ୍ତୀ ମଧ୍ୟ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଭାଜପାରେ ଯୋଗ ଦେଇଥିଲେ। ଭର୍ତ୍ତୃହରି ଓଡ଼ିଶା ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି “ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି। ବିଜେଡିର ଦୁର୍ଗ ଭୁଶୁଡି ପଡୁଛି ଏବଂ ଦଳ ଏହା ହୃଦୟଙ୍ଗମ କରିଛନ୍ତି। ଏହି ପରିବର୍ତ୍ତନ ଜୁନ୍ ୨୦୨୪ ରେ ଘଟିବ ଏବଂ ଏହା ଲୋକମାନଙ୍କ ଦ୍ୱାରା ପ୍ରମାଣିତ ହେବ।

Comments are closed.