Latest Odisha News

ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ମହିଳା ସଶକ୍ତିକରଣ: ନବୀନ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ, ମାଆ ମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ।

ଆମର ପ୍ରିୟ ନେତା ବିଜୁ ବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇ ପାରିଛି । ପଞ୍ଚାୟତ ଓ ନଗର ନିର୍ବାଚନ ମାନଙ୍କରେ ମାଆ ମାନଙ୍କ ପାଇଁ ସଂରକ୍ଷଣକୁ ଆମେ ୩୩ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛୁ । ସଂସଦରେ ଓ ବିଧାନସଭାରେ ମାଆ ମାନଙ୍କ ପାଇଁ ୩୩ ସଂରକ୍ଷଣ ଦେବା ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ।

ଆମ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । ଆପଣ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କେଜି କାଟିଦେଲେ । ସେହିପରି ରୋଷେଇ ଗ୍ୟାସ ଦର ଏବେ ଆକାଶ ଛୁଆଁ ହେଲାଣି । ଚାଉଳ କାଟିବା ଓ ଗ୍ୟାସ୍ଦ ର ବୃଦ୍ଧି ଯୋଗୁଁ ଆମର ମା ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ର ର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡ଼ା ନିନ୍ଦା କରୁଛି ବୋଲି କହିଛନ୍ତି ନବୀନ ।

ଆମର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମାଆ ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ନିଷ୍ପତ୍ତି ନେବା କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱ ବଢ଼ିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମାଆ ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । ଏସ୍ଏଚଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ମୁଁ ଚାହେଁ, ଆମର ମାଆ ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ।

Leave A Reply

Your email address will not be published.