Latest Odisha News

BREAKING NEWS

ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା : ୨ ଅଭିଯୁକ୍ତ ଗିରଫ

ଭଦ୍ରକ  :ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ।ଭଦ୍ରକ ନିର୍ବାଚନ ମଣ୍ଡଳୀର ବ୍ରହ୍ମପୁର ଗାଁର ବିଜେପି କର୍ମୀ ସୁବାଶିଷ ଗିରିଙ୍କ ହତ୍ୟାକାଣ୍ଡ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଗାଁର ଜ୍ୟୋତି ରଞ୍ଜନ ସେନାପତି ଓ ପ୍ରିୟ ରଞ୍ଜନ ସେନାପତି ।

ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଜେପି କର୍ମୀ ଦାବି କରିଛନ୍ତିା ସୂଚନା ଅନୁସାରେ ଭଦ୍ରକ ବ୍ରହ୍ମପୁର ପଞ୍ଚାୟତର ସୁବାଶିଷ ଗିରିଙ୍କୁ ଅନ୍ୟ ଏକ ରାଜନୈତିକ ଦଳର କିଛି କର୍ମୀ ପିଟିପିଟି ମାରିଦେଇ ପୋଖରୀକୁ ଫିଙ୍ଗି ଦେଇଥିଲେ । ଏହି ଅଭିଯୋଗରେ ରାଜ୍ୟ ବିଜେପିର ଟିମ୍ ମଧ୍ୟ ପୋଲିସ ଡିଜିଙ୍କୁ ଭେଟିଥିଲା ।

ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଥିବାରୁ ସାଧାରଣ ଲୋକେ ଭୟଭୀତ ହୋଇପଡିଛନ୍ତି ।ମୁଖ୍ୟ ଅଭିଯୁକ୍ତକୁ ଗରଫ କରାଯାଉ ନଚେତ ଆନ୍ଦଳୋନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Comments are closed.