Latest Odisha News

କୋରାପୁଟରେ ପୋଲିସ ଡିଜି: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓ ମୁକାବିଲାର ସମୀକ୍ଷା

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ରହିଛି । ସେଠାରେ କିଭଳି ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ୍ ଆଇଜି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି । ମାଲକାନଗିରିରୁ ଫେରିବା ପରେ ଫୁଲବାଣୀ ଯିବେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ।

Comments are closed, but trackbacks and pingbacks are open.