Latest Odisha News

BREAKING NEWS

ତାମିଲନାଡୁରେ ବିଜେପି, ଏଆଇଏଡିଏମକେ ଯୁଗଳବନ୍ଦୀ

ନୂଆଦିଲ୍ଲୀ:୨୦୨୧ର ଏପ୍ରିଲ କିମ୍ବା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହୋଇପାରେ । ଏ ନେଇ ରାଜନୈତିକ ଦଳଗୁଡିକ ସେମାନଙ୍କ ଅଙ୍କକଷା ଆରମ୍ଭ କରିଛନ୍ତି । ବିଜେପି ପଲା ଏହି ଅଂଚଳଗୁଡିକରେ ଦୁର୍ବଳ ଥିବାରୁ ଆଂଚଳିକ ଦଳ ଏଆଇଏଡିଏମକେ ସହ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛି । ରବିବାର ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା ଏହା ଘୋଷଣା କରିଛନ୍ତି ।

ସେ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ମଦୁରାଇରେ ଆୟୋଜିତ ଏକ ବିଶାଳ ସମାବେଶରେ ସେ ଏହା କହିଛନ୍ତି । ବିଜେପି କେନ୍ଦ୍ର ରାଜନୀତିରେ ସ୍ଥିତିକୁ ଆହୁରି ମଜଭୁତ କରିବା ପାଇଁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଜୟ ଉପରେ ବିଶେଷ ଜୋର ଦେଉଛି ।

Leave A Reply

Your email address will not be published.