Latest Odisha News

BREAKING NEWS

ମୋଦିଙ୍କ ମନ୍ କି ବାତ୍: ‘ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାକୁ ଅପମାନ ଦେଖି ସାରା ଦେଶ ଦୁଃଖିତ’

ନୂଆଦିଲ୍ଲୀ: ୨୦୨୧ର ପ୍ରଥମ ମନ୍ କି ବାତ କହିଛନ୍ତି ପ୍ରଧାନମନ୍ତ୍ରୀ । ରେଡିଓରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଘଟଣା ଉପରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନକୁ ନେଇ ସାରା ଦେଶ ଦୁଃଖିତ । ଏହିଦିନ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ କିଛି ଆନ୍ଦୋଳନକାରୀ ଲାଲକିଲ୍ଲା କବଜା କରିଥିଲେ । ସେଠାରୁ ଜାତୀୟ ପତାକାକୁ କାଢ଼ି ସେମାନଙ୍କପ ପତାକା ଉଡ଼ାଇଥିଲେ । ଏହି ଘଟଣାକୁ ମନ୍ କି ବାତରେ ପ୍ରକାଶ କରି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସରକାର ଚାଷୀଙ୍କ ପାଇଁ ସବୁବେଳେ ଚିନ୍ତିତ । ସେମାନଙ୍କୁ ସହଯୋଗ କରିବାକୁ ପ୍ରତିବଦ୍ଧ । ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଉଠାଉଛନ୍ତି ସରକାର । ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ।

– କୋରୋନା ବିପକ୍ଷରେ ଭାରତର ଲଢ଼େଇ ଉତ୍ସାହଜନକ । କୋରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି । ୧୫ ଦିନରେ ୩୦ ଲକ୍ଷଙ୍କୁ ଟିକାକରଣ କରାଯାଇଛି । ଭାରତ ପାଖରେ ଔଷଧ ଓ ଭାକସିନ୍ ରହିଛି । ଏହା ଆତ୍ମନିର୍ଭର ଅଭିଯାନ ଅଟେ ।

– ଚଳିତ ବର୍ଷ ପରେଡରେ ବାୟୁସେନାର ୨ ମହିଳା ଅଫିସର ଇତିହାସ ରଚିଥିଲେ । ଦେଶରେ ମହିଳାଙ୍କ ଯୋଗଦାନ ଲଗାତାର ଭାବରେ ବଢିବାରେ ଲାଗିଛି । ଦେଶର ଗାଁମାନଙ୍କରେ ଏହି କଥା ପହଞ୍ଚିବା ଆବଶ୍ୟକ । ଏହି ଅବସରରେ ଫ୍ରାନ୍‌ସିସ୍‌କୋରୁ ସିଧାସଳଖ ବିମାନ ଚଳାଇ ବେଙ୍ଗାଲୁରୁରେ ପହଞ୍ଚିଥିବା ୪ଜଣ ଭାରତୀୟ ମହିଳା ପାଇଲଟ୍‌ଙ୍କ କଥା ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ।

– ଚଳିତ ବର୍ଷ କ୍ରିକେଟ ପିଚରୁ ଭଲ ଖବର ମିଳିଛି । ପ୍ରଥମେ ସମସ୍ୟାର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏହା କଠିନ ପରିଶ୍ରମ ଓ ଏକତାର ଫଳ ।

– କେରଳର କୋଟ୍ଟାୟମ୍‌ରେ ଏନ୍‌ଏସ୍‌ ରାଜପ୍ପାନ ନାମକ ଜଣେ ବୟୋବୃଦ୍ଧ ଦିବ୍ୟାଙ୍ଗଙ୍କ କଥା ବି କହିଥିଲେ ପ୍ରଧାନମନ୍ତ୍ରୀ । ସେ ପକ୍ଷାଘାତ ଯୋଗୁଁ ଚାଲିବାକୁ ଅସମର୍ଥ । କିନ୍ତୁ ପରିଚ୍ଛନ୍ନତା ପ୍ରତି ତାଙ୍କର ପ୍ରତିବଦ୍ଧତା ମଉଳି ଯାଇନାହିଁ । ଗତ କିଛି ବର୍ଷ ହେବ ତାଙ୍କ ନୌକା ବାହି ବେମବାନାଦ ହ୍ରଦରୁ ପ୍ଲାଷ୍ଟିକ୍‌ ବୋତଲ ବାହାର କରି ଫିଙ୍ଗୁଛନ୍ତି ।

Leave A Reply

Your email address will not be published.