Latest Odisha News

BREAKING NEWS

ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଭେଟିଲେ ବିଜେପି-କଂଗ୍ରେସ ଟିମ

ନବରଙ୍ଗପୁର: ଶିକ୍ଷକଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରିଛି କଂଗ୍ରେସ ର ଟିମ ।  ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ମହିଳା ପ୍ରତିନିଧି  ଟିମ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପୀଡିତାଙ୍କୁ ଭେଟିଥିଲେ । ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ  ତାଙ୍କ ପରିବାର ସଦସ୍ୟଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ । ପରିବାର ଲୋକଙ୍କ ଠାରୁ ଘଟଣା ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ  ।

ତଥ୍ୟ ସଂଗ୍ରହ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୟତ ବ୍ରହ୍ମାଙ୍କ ସହିତ ଆଲୋଚନା କରିଥିଲେ  । ପରେ  ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ କୁ ଯାଇ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ ।  ଜିଲ୍ଲାପାଳଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରି ଦୁଇ ସପ୍ତାହ ମଧ୍ୟରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଏଥିସହ ପୀଡିତା ଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ ।  ସମ୍ପୃକ୍ତ ଦୁଇ ଶିକ୍ଷକ ଙ୍କୁ ୩/ ୧୧ ଆକ୍ଟ ରେ ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି । ଏଥିସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତୁରନ୍ତ ସସପେଣ୍ଡ କରି ଜିଲ୍ଲାରୁ ବିଦା କରିବା ପାଇଁ ଦାବି କରିଛନ୍ତି । ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଆସନ୍ତା ଦୁଇ ସପ୍ତାହ ପରେ ଆନ୍ଦୋଳନ କରାଯାଇ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

 

ଅପରପକ୍ଷରେ ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ନିତ୍ୟାନନ୍ଦ ଗଣ୍ଡ ଓ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ସହିତ  ବିଜେପିର   ଏକ ପ୍ରତିନିଧି ଦଳ ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡିତା ଓ ତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିଥିଲେ ।  ଏହା ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉପରେ  ବର୍ଷିଛନ୍ତି ବଳଭଦ୍ର ମାଝୀ ।

ଚବିଶି ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ରହିଛି ଏବଂ ଏହି ସମୟ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ବିଗିଡି ଯାଇଛି । ବିଶେଷ ଭାବେ ଶିକ୍ଷାନୁଷ୍ଠାନ ଗୁଡିକରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବା କହିଛନ୍ତି ।  ତେଣୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବଳଭଦ୍ର । ଅପରପକ୍ଷରେ ପିଡିତା ଙ୍କ ପରିବାର ଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

Leave A Reply

Your email address will not be published.