Latest Odisha News

BREAKING NEWS

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ପୋଲିସ ସ୍ପଷ୍ଟୀକରଣ ରଖୁ ବୋଲି ଦାବି କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅର୍ଚ୍ଚନାଙ୍କ ଯୌନ କେଳେଙ୍କାରୀରେ ସାମିଲ୍ ସମସ୍ତଙ୍କ ମୁଖା ଖୋଲିବା ଲାଗି ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଅର୍ଚ୍ଚନାଙ୍କ ନାଗ ଫାସର ସିବିଆଇ ତଦନ୍ତ ବିଜେପି ଦାବି କରିଥିବା ବେଳେ କାଉଣ୍ଟର କରିଛି ବିଜେଡି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପି ପାଖରେ ନାଁ କି ଫଟୋ ଥିଲେ ସାମ୍ନାକୁ ଆଣନ୍ତୁ । ନାଟକ ନକରି ଲୋକଙ୍କୁ ଦେଖାନ୍ତୁ । ସିବିଆଇ ନାଁରେ ଛଳନା କରନ୍ତୁ କରନ୍ତୁ ନାହିଁ ବୋଲି ବିଜେଡି କହିଛି । ଅର୍ଚ୍ଚନାଙ୍କ ମାମଲାର ତଦନ୍ତ କମିଶନରେଟ୍ ପୋଲିସ କରୁଥିବା ବେଳେ ଆର୍ଥିକ କାରବାରର ଖୋଳତାଡ଼ ନେଇ ଆରବିଆଇକୁ ପୋଲିସ ଚିଠି ଲେଖିଛି ।

ଅର୍ଚ୍ଚନାଙ୍କ ଅଟ୍ଟାଳିକାରୁ ଜବତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଫରେନ୍ସିକ ଯାଞ୍ଚ ପାଇଁ ରାଜ୍ୟ ସାଇନ୍ସ ଲାବକୁ ପଠାଯାଇଛି । ତଥାପି ୫ରୁ ୭ ବର୍ଷ ଭିତରେ ସେକ୍ସ ରାକେଟ୍ ଚଳାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ କୋଟି କୋଟି ଟଙ୍କା ଆୟ ଏବେବି ସନ୍ଦେହ ଘେରରେ ରହିଛି । ବିଭିନ୍ନ ଦଳର ନେତାଙ୍କ ସମ୍ପୃକ୍ତି ଅର୍ଚ୍ଚନାଙ୍କ ସହ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋ । ତେବେ ଏନେଇ ବିଭିନ୍ନ ଦଳର ନେତା ମାପିଚୁପି ମନ୍ତବ୍ୟ ଦେଉଛନ୍ତି ।

ବ୍ଲାକମେଲର ଅର୍ଚ୍ଚନାଙ୍କୁ ନେଇ ରାଜନୈତିକ ବୟାନବାଜି ଭିତରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର କିଛି ବରିଷ୍ଠ ନେତାଙ୍କ ସହ ଅନେକ ନା ଚର୍ଚ୍ଚା ହେଉଛି । ତେବେ ଏ ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ମୋବାଇଲ୍, ପେନ୍ ଡ୍ରାଇଭ୍, ଲାପଟପ୍ ଓ ଟାବଲେଟ୍ସ ପୂର୍ଣ୍ଣଚ୍ଛେଦ ପକାଇବ କି ତାହା ବଡ଼ ପ୍ରଶ୍ନ ।

Leave A Reply

Your email address will not be published.