Latest Odisha News

BREAKING NEWS

ଆଇପିଏଲ ୨୦୨୪: ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଲେ ଶିଭମ ମାଭି

ମୁମ୍ବାଇ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଝଟକା ଲାଗିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ଶିଭମ ମାଭି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ସିଜନ ଆରମ୍ଭରୁ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଓହରି ଯାଇଥିଲେ । ଅଧିନାୟକ କେଏଲ ରାହୁଲ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି । ମାର୍କ ଉଡ ଓ ଡେଭିଡ ୱିଲି ମଧ୍ୟ ଆଇପିଏଲ ଆରମ୍ଭରୁ ନିଜ ନାମ ଫେରାଇ ନେଇଥିଲେ । ମାଭି ୩୨ଟି ଟି୨୦ ମ୍ୟାଚ ୩୦ ୱିକେଟ ଅକ୍ତିଆର କରିଛନ୍ତି । ଆଇପିଏଲରୁ ଓହରିଯିବା ନେଇ ଏହି ଯୁବ ପେସର ମନଦୁଃଖ କରିଛନ୍ତି ।

ମଙ୍ଗଳବାର ଲକ୍ଷ୍ନୌ ଟିମ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ସହଜରେ ପରାସ୍ତ କରିଥିଲେ । ମାଭି ଆହତ ହେବା ପରେ ଫିଟ ହୋଇ ଦଳକୁ ଫେରିଥିଲେ । ତେବ ଏହି ସମସ୍ୟା ପୂନର୍ବାର ତାଙ୍କୁ ଆଇପିଏଲରୁ ଓହରିଯିବାକୁ ବାଧ୍ୟ କରିଛି ।

Leave A Reply

Your email address will not be published.