Latest Odisha News

BREAKING NEWS

ବିଧାନସଭା ଚାମ୍ବରରେ ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଘେରାଉ କଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭାରେ ଥିବା ଚାମ୍ବର ଭିତରେ ତାଙ୍କୁ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ଲକ୍ଷେ କୋଟି ଟଙ୍କାର କଣି ଦୁର୍ନୀତି ହୋଇଛି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହା ଉପରେ କଂଗ୍ରେସ ମୁଲତବୀ ଆଲୋଚନା ପାଇଁ ନୋଟିସ୍ ଦେଇଥିଲା ।

ସରକାର ଖଣି ଦୁର୍ନୀତି ଆଲୋଚନା ପାଇଁ ଡରୁଛନ୍ତି । ଏଥିପାଇଁ ଦୂରେଇ ରହୁଛନ୍ତି । ବାଚସ୍ପତି ଏହାକୁ ସାମ୍ପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

ସେପଟେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କର ଆନ୍ତରିକତା ନାହିଁ । ମରୁଡ଼ି ପ୍ରସଙ୍ଗ ଉଠାଇବାରୁ ସରକାର ଆଲୋଚନାକୁ ଆସିଲେ । ବିରୋଧୀ ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।

Comments are closed.