Latest Odisha News

BREAKING NEWS

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା ସବୁଠାରୁ ବଡ଼ ଲୁଟ୍ ବୋଲି କଂଗ୍ରେସ ନେତା କହିଛନ୍ତି ।

ଆରବିଆଇ ଅନୁସାରେ, ଯେଉଁ ଲକ୍ଷ୍ୟ ନେଇ ବିମୁଦ୍ରୀକରଣ କରାଯାଇଥିଲା ତାହା ଫେଲ୍ ମାରିଛି । ୨୦୧୬ ନଭେମ୍ୱରରେ ଲୋକଙ୍କ ପାଖରେ ୧୨.୯୧ ଲକ୍ଷ କୋଟି ନଗଦ ଟଙ୍କା ଥିଲା । ଯାହା ଅକ୍ଟୋବର ୨୦୨୨ ବେଳକୁ ୩୦.୮୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୧୬ ତୁଳନାରେ ୨୦୨୨ରେ ଲୋକଙ୍କ ପାଖରେ ୭୨ ପ୍ରତିଶତ ଅଧିକ ନଗଦ ଟଙ୍କା ରହିଛି । ଆରବିଆଇର ଏହି ଘୋଷଣା ପରେ ସରକାରଙ୍କୁ ଘେରିଛି କଂଗ୍ରେସ । ଗତ ୬ ବର୍ଷରେ ଅର୍ଥବ୍ୟବସ୍ଥାରେ ଯେତିକି କ୍ୟାଶ-ଇନ୍-ସର୍କୁଲେସନ ଅଛି, ତାହା ୭୨ ପ୍ରତିଶତ । କଳାଧନ କମିନଥିବା ବେଳେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୧୪ ବର୍ଷର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି । ଫେକ୍ କରେନ୍ସି ବି କମିନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କର ୨୦୨୧-୨୨ ରିପୋର୍ଟ ଅନୁସାରେ ୫୦୦ଟଙ୍କିଆ ନକଲି ନୋଟ୍ ସଂଖ୍ୟା ବଢି ୧୦୨ପ୍ରତିଶତରେ ପହଞ୍ଚିଛି । ୨ହଜାର ଟଙ୍କିଆ ନକଲି ନୋଟ୍ ୫୫ ପ୍ରତିଶତ ବଢିଛି । ନୂଆ ମଧ୍ୟବିତ୍ତ ଶ୍ରେଣୀ ତିଆରି ହୋଇଥିଲେ ବୋଲି କଂଗ୍ରେସ କହୁଥିବା ବେଳେ,  ଦେଶରେ ବିମୁଦ୍ରୀକରଣ ପାଇଁ ଡିଜିଟାଲ ପେମେଣ୍ଟ ପାଇଁ ରାସ୍ତା ଫିଟିଛି  ବୋଲି କହିଛି ବିଜେପି । ବିମୁଦ୍ରୀକରଣଠାରୁ ଏପର୍ଯ୍ୟନ୍ତ ଡିଜିଟାଲ ପେମେଣ୍ଟରେ କ୍ରାନ୍ତି ଆସିଛି ।

ମୋଦୀ ସରକାର ଡିଜିଟାଲ ଭାଗିଦାରୀ ଉପରେ ଜୋର ଦେଇଥିବା ବିଜେପି ନିଜ ସପକ୍ଷରେ ପ୍ରକାଶ କରିଛି । ତେବେ ନୋଟବନ୍ଦୀକୁ ନେଇ ଆଜି ବିଜେପି-କଂଗ୍ରେସ ଟ୍ୱିଟରରେ ବୟାନବାଜି ଜାରି ରଖିଛନ୍ତି ।

 

Leave A Reply

Your email address will not be published.