Latest Odisha News

BREAKING NEWS

ଭବାନୀପୁରରେ ମମତା-ପ୍ରିୟଙ୍କା ମୁକାବିଲା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଟିଏମସି ପରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛି । ସେହିପରି ସମସରଗଞ୍ଜରେ ମିଲାନ ଘୋଷ ଓ ଜାଙ୍ଗିପୁରରେ ସୁଜିତ ଦାସ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ ।

ପ୍ରିୟଙ୍କା ପଶ୍ଚିମବଙ୍ଗ ବିଜେପିର ଯୁଥ ୱିଙ୍ଗ ଉପ ସଭାପତି ଅଛନ୍ତି । ନିର୍ବାଚନ ପରବର୍ତୀ ହିଂସାରେ ସେ କୋଲକାତା ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ସିବିଆଇ ତଦନ୍ତ ଦାବୀ କରିଥିଲେ । ଯୁବ ଚେହେରା ଏବଂ ପେଶାରେ ଓକିଲ ହୋଇଥିବାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି ବୋଲି କୁହାଯାଇଛି ।

Leave A Reply

Your email address will not be published.