Latest Odisha News

BREAKING NEWS

ଚର୍ଚ୍ଚାରେ ଦିଆସିଲ କାଠିରେ ତିଆରି ଗଣେଶ

ପୁରୀ : ଗଣେଶ ପୂଜା ଅବସରରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି । ପୁରୀ କୁମ୍ଭାରପଡ଼ା ସାହିର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠି ସାହାର୍ଯ୍ୟରେ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଏହି ପ୍ରତିମୂର୍ତିଟି ୫ ହଜାର ଛଅଶହ ଏକୋଇଶି ଟି ଦିଆସିଲ୍ କାଠିରେ ତିଆରି ହୋଇଛି । ଚଉଡା ୨୨ ଇଞ୍ଚି ହୋଇଥିବା ବେଳେ ଏହାର ଲମ୍ବା ୨୩ ଇଞ୍ଚି ରହିଛି। ଗଣେଶଙ୍କର ଏହି ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଶାଶ୍ୱତଙ୍କୁ ପ୍ରାୟ ୮ ଦିନ ସମୟ ଲାଗିଥିଲା ।

ଛୋଟବେଳେ ମଧ୍ୟ ଗଣେଶ ପ୍ରତିମୂର୍ତ୍ତି ତିଆରି କରିବାକୁ ସେ ଭାବିଥିଲେ । ହେଲେ ତାଙ୍କୁ ସୁଯୋଗ ମିଳିନଥିଲା । ଏଥରେ ସେ ଚେଷ୍ଟା କରି ଦିଆସିଲ୍ କାଠିରେ ଗଣେଶ ମୂର୍ତ୍ତି ତିଆରି କରିଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଆଜି ସେ ଘରେ  ଦିଆସିଲ କାଠିରେ ତିଆରି ଗଣେଶଙ୍କୁ ପୂଜା କରିବେ । ଆଗରୁ ମଧ୍ୟ ଶାଶ୍ୱତ ବଳଭଦ୍ରଙ୍କ ମୁଖମଣ୍ଡଳ ଓ ଅନ୍ୟାନ୍ୟ କଳାକୃତି କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.