Latest Odisha News

BREAKING NEWS

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗରେ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ପ୍ରସଙ୍ଗରେ ଜୋର ଧରିଛି ରାଜନୀତି । ଅଫିସରଙ୍କୁ ଟାର୍ଗେଟ କରିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନିକ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଛି ବିଜେପି ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତକାଲି ପ୍ରଶାସନିକ ଅଧିକାରୀମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଯାହାକୁ ବିଜେପି ନିନ୍ଦା କରିଛି ।

ବିଜେପି କହିଛି, ଅଫିସର ଏଭଳି ଗଣତନ୍ତ୍ର ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ । ଏଥିରୁ ନୂଆ ପିଢ଼ି କ’ଣ ଶିକ୍ଷାଲାଭ କରିବୋ ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ । ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ଓଡ଼ିଶାର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି କହିଛି ବିଜେପି ।

ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି, ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜେଡିର ସେବା ପାଇଁ ? ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି, ସୌଜନ୍ୟତା ଦୃଷ୍ଟିରୁ ଶୁଭେଚ୍ଛା ଜଣାଇବାକୁ ଭେଟିଥିଲେ ପ୍ରଶାସନିକ ଅଧିକାରୀ । ଏଭଳି ପରମ୍ପରା ରହିବା ଉଚିତ । ଭାଇଚାରା ରହିବା ଦରକାର । ବିଜେପି ଯେଉଁ ରାଜ୍ୟରେ ବିଜୟୀ ହେଉଛି ସେଠି ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟୁଥିଲେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଭୂପିନ୍ଦର ସିଂ ।

Leave A Reply

Your email address will not be published.