Latest Odisha News

BREAKING NEWS

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ସପ୍ତାହକରେ ଲଗାତାର ଷଷ୍ଠ ଥର ବଢ଼ିଛି ତୈଳ ଦର

ଭୁବନେଶ୍ୱର: ବେଲଗାମ ହେଉଛି ତୈଳ ଦର । ଆଜି ପୁଣି ଥରେ ବଢ଼ିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ସପ୍ତମ ଦିନରେ ଲଗାତାର ଷଷ୍ଠ ଥର ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ୍ ଦାମ୍ ଲିଟର ପିଛା ୩୦ ଓ ଡିଜେଲ୍ ଲିଟର ପ୍ରତି ଦର ୩୫ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କାରୁ ଅଧିକ ହୋଇଛି । ସେହିପରି ଡିଜେଲ ୯୫ ଟଙ୍କା ୯୩ ପଇସା ହୋଇଛି ।

ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୯.୪୧ ଟଙ୍କା ଓ ଓ ଡିଜେଲ ଦର ୯୦.୭୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୯୮.୫୦ ଟଙ୍କା ମହଙ୍ଗା ହୋଇଛି । ଗତ ସପ୍ତାହେ ଭିତରେ ତୈଳ ଦର ୪ ଟଙ୍କା ଲେଖାଏ ବୃଦ୍ଧି ହୋଇଛି । ସପ୍ତାହ ପୂର୍ବରୁ ପ୍ରାୟ ୧୩୭ ଦିନ ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ।

Leave A Reply

Your email address will not be published.