Latest Odisha News

ବିଜେପି@୪୪: ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି

ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି ସାରା ବିଶ୍ଵରେ ସବୁଠାରୁ ବଡ ରାଜନୈତିକ ଦଳ ଭାବରେ ଉଭା ହୋଇଛି ବିଜେପି ।

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ବିଜେପି ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଦଳ । ସବୁକ୍ଷେତ୍ରରେ ଏହା ଜନତାଙ୍କ ସ୍ଵାର୍ଥରେ ନିୟୋଜିତ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶର ମୋର କର୍ମୀ ଓ କାର୍ଯ୍ୟକର୍ତ୍ତ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଜି ବିଜେପିର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ, ଯେଉଁମାନେ ନିଜର ପରିଶ୍ରମ, ସଂଘର୍ଷ ଏବଂ ବଳିଦାନ ସହିତ ଦଳକୁ ଏହି ଉଚ୍ଚତାକୁ ନେଇଛନ୍ତି । ଆଜି ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିପାରିବି ଯେ ବିଜେପି ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଦଳ, ଯାହା ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ରରେ ଲୋକଙ୍କ ସେବା କରିବାରେ ନିୟୋଜିତ।

ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ​​ବିଜୟ ଦାବି କରିବା ସହ ମୋଦୀ କହିଛନ୍ତି, ଦେଶର ଲୋକ ଏକ ନୂତନ ଲୋକସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଁ ନିଶ୍ଚିତ ଯେ ସାରା ଦେଶରେ ମୋର ପରିବାର ସଦସ୍ୟ ଆମକୁ ଆଉ ଏକ କାର୍ଯ୍ୟକାଳ ପାଇଁ ଆଶୀର୍ବାଦ ଦେବେ । ଯାହା ଦ୍ଵାରା ଗତ ଏକ ଦଶନ୍ଧି ମଧ୍ୟରେ ବିକଶିତ ଭାରତ ପାଇଁ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ତା’କୁ ନୂତନ ଶକ୍ତି ପ୍ରଦାନ କରାଯାଇପାରିବ । ମୁଁ ପୁଣି ଥରେ ବିଜେପି ଏବଂ ଏନଡିଏର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ସରକାର ଏବଂ ଜନତାଙ୍କ ମଧ୍ୟରେ ବିକାଶର ଏକ ଦୃଢ ସଂଯୋଗ ଅଟନ୍ତି।

 

Comments are closed.